ମନିକା ବାତ୍ରାs Tw Xnt
ଇଂରାଜୀ ଲିଙ୍କ https://or.wikipedia.org/wiki/Manika_Batra ମନିକା ବାତ୍ରା ଜନ୍ମ ଓ ଜନ୍ମସ୍ଥାନ ୧୫ ଜୁନ ୧୯୯୫ ( 1995-06-15 ) (୨୪ ବର୍ଷ) ଦିଲ୍ଲୀ, ଭାରତ ଜାତୀୟତା Indian ଉଚ୍ଚତା ୧.୮ m (୫ ft ୧୧ in) (2018) ଓଜନ ୬୬ kg (୧୪୬ lb) (2018) [୧] ମନିକା ବାତ୍ରା (ଜନ୍ମ : ୧୫ ଜୁନ ୧୯୯୫ ) ଜଣେ ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳି । ୨୦୧୮ ଅପ୍ରେଲ ମାସରେ ସେ ଭାରତର ଏକ ନମ୍ବର ଓ ବିଶ୍ୱର ୫୮ ର୍ୟାଙ୍କ ବିଶିଷ୍ଟ ମହିଳା ଟେବୁଲ ଟେନିସ ଖେଳାଳି ଥିଲେ । [୨] ବିଷୟସୂଚୀ ୧ ପ୍ରାରମ୍ଭିକ ଜୀବନୀ ୨ ଖେଳ ଜୀବନୀ ୩ ଆଧାର ୪ ବାହ୍ୟ ସଂଯୋଗ ପ୍ରାରମ୍ଭିକ ଜୀବନୀ [ ସମ୍ପାଦନା ] ମନିକା ନୂଆ ଦିଲ୍ଲୀର ନାରାୟଣା ବିହାର [୩] ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ । [୪] ତାଙ୍କର ବଡ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ [୫] । ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ । [୬] ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ...